tur
shyamlal

ସନ୍ଥ ଶ୍ରୀ ରଘୁନାଥଜୀ ମହାରାଜାଙ୍କ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ତଥା ସନ୍ଥ ଶ୍ରୀ ରଘୁନାଥ ମହାରାଜାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜିଳି ସଭା ତାଙ୍କର ଜନ୍ମପୀଠ କୁର୍ମା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଞ୍ଜିଳି ସଭାରେ ଆଶ୍ରମର ସଭାପତି ଗୋବିନ୍ଦ ସାହୁ ସଂପାଦକ ମହାଦେବ ପ୍ରଧାନଙ୍କ ନେତୃତ୍ୱରେ ସଭା ପରିଚଳନା ହୋଇଥିଲା । ସନ୍ଥ ଶ୍ରୀ ରଘୁନାଥ ମହାରାଜାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅତିଥିମାନେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଭାଗବତ ତତ୍ତ୍ୱ ଯୋଗାଶ୍ରମ ତରଫରୁ ଗ୍ରାମର ବୃଦ୍ଧବୃଦ୍ଧାମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରାଯାଇଥିଲା । ସନ୍ଥ ଶ୍ରୀ ରଘୁନାଥ ମହାରାଜ ପବିତ୍ର ନୃସିଂହନାଥ ପୀଠରେ ଭାଗବତତତ୍ତ୍ୱ ଯୋଗାଶ୍ରମ ଆଶ୍ରମ ପ୍ରତିଷ୍ଠା କରି ଅଞ୍ଚଳର ଲୋକମାନଙ୍କ ପାଇଁ ଗୌରବ ଅର୍ଜନ କରିଥିଲେ । ଏହି ଭାଗବତତତ୍ତ୍ୱ ଯୋଗାଶ୍ରମ ଆଶ୍ରମ ବର୍ତ୍ତମାନ ମଧ୍ୟ ସମାଜର ମଙ୍ଗଳ ନିମେନ୍ତ ଅନେକ ସନ୍ଥ ଭାଗବତ ଚର୍ଚ୍ଚା କରି ଅଞ୍ଚଳର ସୁନାମ ଆଣୁଛନ୍ତି । ଏହି ଆଶ୍ରମର ତତ୍ତ୍ୱବଧାରକ ବାବା ଧର୍ମଚାନ୍ଦ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମହାରାଜାଙ୍କ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ରେବା ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗୌତମ ଜେନା, ଆନନ୍ଦ ସାହୁ, ରାନୀ ପ୍ରଧାନ, ବିଭୂ ପ୍ରସାଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

Leave A Reply

Your email address will not be published.