ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକର ଝରନି ପଞ୍ଚାୟତରେ ମନରେଗା କାମ କରି ପାଉଣା ପାଇନଥିବା ଶ୍ରମିକମାନଙ୍କ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦ୍ୱାରା ଆକ୍ରମଣ ଓ ଖବର ସଂଗ୍ରହରେ ବାଧା ସୃଷ୍ଟି କରିବା ଅଭିଯୋଗର ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ୍‌ ସନ୍ଦିପ ସମ୍ପଦଙ୍କୁ ଭେଟିଛି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିନିଧି ଦଳ । ଘଟଣା ସମ୍ପର୍କରେ ଶୀଘ୍ର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଦାବୀ କରିଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀ ହରିନାରାୟଣ ପୁଜାରୀ, ଚିତ୍ତରଂଜନ ମିଶ୍ର, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର ଓ ସନ୍ଦୀପ କୁଅଁର ଖବର ସଂଗ୍ରହ ସମୟରେ ସମ୍ପୃକ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, କ୍ୟାମେରା ଓ ବୁମ୍‌ ଭାଙ୍ଗି ଦେବା ଇତ୍ୟାଦି ବିଷୟରେ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ଆରକ୍ଷୀ ଅଧିକ୍ଷକ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.