ନଦୀ କୂଳରେ ଥାଇ ଶୋଷରେ ରହୁଛନ୍ତି ସିକୁଆଁବାସୀ : ଟେଙ୍କରରେ ଜଳ ଯୋଗାଣ ପାଇଁ ବଢୁଛି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ସୋନଗଡ଼ ନଦୀ କୂଳରେ ଥିବା ଗାଁର ଲୋକମାନେ ଅଧିକ ସଂଖ୍ୟା ପାନୀୟ ଜଳର ମିଳିବାରେ ଅସୁବିଧା ହେଉଛନ୍ତି । ସୋନଗଡ଼ ନଦୀ କୂଳରେ ଥିବା ପ୍ରାୟତଃ ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ହେଲେ ଖରା ବଢୁଥିବା ବେଳେ ଇନଟେକ ୱେଲରେ ଥିବା ପାଣି ସ୍ତର କ୍ରମଶଃ ତଳକୁ ଖସି ଯାଉଛି । ଆଗକୁ ଖରା ଅଛି ତାର ପୂର୍ବରୁ ଅନ୍ୟ ସୁବିଧା କରିବା ପରିବର୍ତ୍ତେ ଜଳ ଯୋଗାଣ ବିଭାଗ ଚୁପ ପଡ଼ିବାରୁ ବର୍ତ୍ତମାନ ଶୋଷ ସମୟରେ ଜଳ ଯୋଗାଣ ଠପ ହୋଇପଡ଼ିଛି । ବାଧ୍ୟ ହୋଇ ମହିଳାମାନେ ଚାଲି ଚାଲି ଓ ପୁ‌ରୁଷମାନେ ସାଇକଳରେ ପାଣି ଆଣୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଲୋକଙ୍କ ଅନୁରୋଧ କ୍ରମେ ପଞ୍ଚାୟତରେ ଥିବା ପାଣି ଟାଙ୍କି ଗାଡ଼ି ସାହାର୍ଯ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରାଯାଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ସିକୁଆଁ ଗାଁର ଲୋକମାନେ ବାରମ୍ବାର ପାନୀୟ ଜଳ ଯୋଗାଣ ବିଭାଗ, ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ପଞ୍ଚାୟତର ଟଙ୍କାରେ କିଣିଥିବା ଟେଙ୍କର ମାଧ୍ୟମରେ ପାଖରେ ଥିବା ସୋନଗଡ଼ ନଦୀରୁ ପାନୀୟ ଜଳ ଯୋଗାଇ ଦିଆଯାଉ । ପଞ୍ଚାୟତ ଟେଙ୍କରକୁ ବାଞ୍ଜିବାହାଲି ଗାଁରେ ଛିଡ଼ା କରି ରଖାଯାଇଛି । ମାତ୍ର ଦୁଇ ଦିନ ଭିତରେ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଯଦି ପାଣି ଯୋଗାଇ ଦିନଆ ନ ଯାଏ ତାହା ହେଲେ ରାସ୍ତାରେ ଆନ୍ଦୋଳନ କରାଯିବ ବୋଲଥଇ ଧମକ ଦେଇଛନ୍ତି । କରୋନା କଟକଣା ସମୟରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ କହୁଥିବା ବେଳେ ପାନୀୟ ଜଳ ଯୋଗାଇ ବାରେ ବିଫଳ ହେଉଥିବା ପଞ୍ଚାୟତ ପ୍ରତି ଉଚ୍ଚ ସ୍ତରୀୟ କାର୍ଯ୍ୟାନୁ‌ଷ୍ଠାନ କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.