oom

ପ୍ରଚାର ଶୋଭାଯାତ୍ରାରେ ଉତ୍ତେଜନା

jsmm

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତରେ ଦୁଇ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରାରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତରେ ଦୁଇ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀଙ୍କ ପ୍ରଚାର କରୁଥିବା ସମୟରେ ମୁହାଁମୁହିଁ ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ କେତେକ ଦୁର୍ବୃତ୍ତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଗାଡି ଭଙ୍ଗାରୁଜା କରିବା ସହ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଚି ଜଣେ ସରପଞ୍ଚ ପ୍ରାର୍ଥୀ ଓ ୬ ଜଣଙ୍‌ଙ୍କୁ ତିର୍ତ୍ତୋଲ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.