om academy

ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ନାବାଳିକା ପରୀର ମୃତ୍ୟୁ ମାମଲାର ତଦନ୍ତ କରିବ ଏସ୍‌ଆଇଟି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ନାବାଳିକା ପରୀର ମୃତ୍ୟୁ ମାମଲାକୁ ନେଇ ମୁଖମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ବିଧାନସଭାରେ । ସୂଚନା ଅନୁସାରେ ନାବାଳିକା ପରୀ ଗତ ଜୁଲାଇ ମାସରେ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିବା ପରେ ଘର ଲୋକ ସବୁଜାଗା ଖୋଜାଖୋଜି କରି ନ ପାଇବା ଯୋଗୁଁ ନିକଟସ୍ଥ ସଦର ଥାନରେ ଅଭିଯୋଗ କରିଥିଲେ । ପୁଲିସ ନୂଆ ଟିମ୍‌ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜୁଲାଇ ୨୩ ତାରିଖରେ ବାରିପଟୁ ମିଳିଲା ଗୋଟିଏ ବସ୍ତାରେ ଝିଅର ଖଣ୍ଡ ବିଖଣ୍ଡିତ ମୃତଦେହ । ତେବେ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ୪ ମାସ ହେଲା ପୁଲିସ୍‌ ଗିରଫ କରିନାହିଁ । ପରୀର ମା’ ବାପା ଯେତେ ଅଭିଯୋଗ କଲେ ମଧ୍ୟ ଶୁଣୁନଥିଲେ କେହି । ଏମିତି କି ପରୀର ମା’ବାପା ବିଧାନସଭା ସମ୍ମୁଖରେ ଆତ୍ମହୂତି ଦେବାକୁ ଚେଷ୍ଟା ମଧ୍ୟ କରିଥିଲେ । ଅନ୍ୟପଟେ ଏହି ମାମଲାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ଜବର୍‌ଦସ୍ତ୍‌ ପ୍ରତିକ୍ରିୟା ପ୍ରକାଶ କରିଥିଲେ । କ୍ରାଇମ୍‌ ବ୍ରାଚଂ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ କରିବ ବୋଲି ବଧାନସଭାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ । ତେବେ ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ଏହି ମାମଲାର ତଦନ୍ତ କରିବ ଏସ୍‌ଆଇଟି କରିବ ବୋଲି ଘେଷଣା କରିଛନ୍ତି ।

Leave A Reply

Your email address will not be published.