ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଠାରେ ବ୍ଲକ ସ୍ତରୀୟ ଓଷ୍ଟା ତରଫରୁ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛ । ଓଷ୍ଟା ବ୍ଲକ ସଭାପତି ସୁରେଶ ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଗୋଷ୍ଠି ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ସମ୍ମାନିତ ଅତିଥି ଭାବରେ ରାଜ୍ୟ ଓଷ୍ଟା ଉପ-ସଭାପତି ସୁଧିର କୁମାର ନାଏକ, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ, ଓଷ୍ଟା ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ୧୮ଟି ଉଚ୍ଚ ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉଦ୍ଯାପନୀ ଉତ୍ସବ ଓଷ୍ଟା ଜୋନ ସଭାପତି ସୁରେଶ କୁମାର ଷଡଙ୍ଗୀ ସଭାପତିତ୍ୱରେ ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲି ପରିଚାଳନା ସମିତିର ସଭାପତି ଯୁଧିଷ୍ଠିର କୁମାର ସିଂହ ମୁଖ୍ୟ ଅତିଥି, ଖୁଜେନପାଲି ପଂଚାୟତ ର ସରପଂଚ ରଞ୍ଜିତା ପାଣିଗ୍ରାହି ସମ୍ମାନୀତ ଅତିଥି, ସୁଧିର କୁମାର ନାଏକ ସମ୍ମାନିତ ଅତିଥି ଶଙ୍କର ପ୍ରସାଦ ମିଶ୍ର, ଓଷ୍ଟା ବ୍ଲକ ସଂପାଦକ ସଂଜୟ କୁମାର ତ୍ରିପାଠୀ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ତର୍କରେ ଜୟେଲ କୁମାର, କଣ୍ଠ ସଙ୍ଗୀତରେ ଚାନ୍ଦିନୀ ଧରେ, ଚିତ୍ରାଙ୍କନରେ ସୌମ୍ୟ ରଞ୍ଜନ ସାହୁ, ଆବୃତ୍ତିରେ ମନୀଷା ସାହୁ, ଗଳ୍ପ ଲିଖନରେ କାୟଲ ମହାକୁରର, କବିତା ରଚନାରେ ଅଞ୍ଜନ କୁମାର ସା, ଏକକ ନୃତ୍ୟରେ ଶର୍ମିଷ୍ଠା ସାହୁ, ଏକକ ଅଭିନୟରେ ଖୁସି ତାଣ୍ଡି, ସାଧାରଣ ଜ୍ଞାନରେ ପ୍ରଞ୍ଜଲ ହୋତା, କୁଇଜରେ ମାଧବୀ ରାଉତ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ଶେଷରେ ସୁରେନ୍ଦ୍ର କୁମାର ନାଥ ଓ ଲଲାଟ କେଶରୀ ପ୍ରଧାନ କ୍ରମାନ୍ୱୟରେ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post