ରାଜ୍ୟସ୍ତରକୁ ମନୋନୀତ ହୋଇ ବରଗଡ ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଲେ ସିମ୍‌ରନ୍ ପଟେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକରେ ଗତ ଦୁଇ ଦିନ ଧରି ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଳକର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନଲାଇନ ମାଧ୍ୟମ(ଭାରଚୁଏଲ )ମୋଡରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ବ୍ଳକର ଲଖମରା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବ୍ଳକ ତଥା ଜିଲ୍ଲା ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ସିନିୟର୍ କବିତାବୃତ୍ତିରେ ଲିସା ସାହୁ ୨ୟ ସ୍ଥାନ ଏବଂ ବକୃତାରେ ତନ୍ମୟୀ ବିଭାର ୩ୟ, କୁଇଜରେ ସ୍ୱର୍ଣପ୍ରଭା ପଟେଲ ୩ୟ, ବିଜ୍ଞାନ ମେଳା ଓ କୁଇଜ୍‌ରେ ସିମରନ୍ ପଟେଲ ପ୍ରଥମ ସ୍ଥାନ ଅଧିକାର କରି ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସୁନାମ ଅର୍ଜନ କରିଛନ୍ତି । “ଓଡ଼ିଶା ସାହିତ୍ୟ ଏକାଡେମୀ” ଦ୍ଵାରା ଆୟୋଜିତ ଜିଲ୍ଲାସ୍ତର କୁଇଜ୍‌ରେ ମଧ୍ୟ ସିମରନ୍ ପଟେଲ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇ ବରଗଡ ଜିଲ୍ଲା ତଥା ସ୍କୁଲର ଗୈାରବ ଆଣିବାରେ ସହାୟକ ହୋଇପାରିଛନ୍ତି । ଏଥିପାଇଁ ସ୍କୁଲର ଶିକ୍ଷକ ତଥା କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.