oom

ଘଡଘଡାପଲ୍ଲୀ ଗ୍ରାମରେ ବିଧାୟକଙ୍କ ଦ୍ୱାରା ଗ୍ରାମ୍ୟ ଜଳ ପ୍ରକଳ୍ପର ଶିଳାନ୍ୟାସ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୨୦୨୪ ସୁଦ୍ଧା ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଘଡଘଡାପଲ୍ଲୀ ଗ୍ରାମର ୧୯ ଶହ୧୭ ଜଣ ଲୋକଙ୍କ ନିମନ୍ତେ ଏକ କୋଟି ୫ ଲକ୍ଷ ୨୭ ହଜାର ଟଙ୍କା ଅନୁଦାନରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଏହାକୁୁ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ସୁଷମା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ଗ୍ରାମର ସମସ୍ତ ପରିବାର ସୁଦ୍ଧ ପାନୀୟ ଜଳ ପାଇ ପାରିବେ ବୋଲି ବିଧାୟକ ଶ୍ରୀ ବେହେରା କହିବା ସହ ଗ୍ରାମର ଆଉ କଣ ସମସ୍ୟା ରହିଛି ସେ ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଯୁବ ନେତା ରଞ୍ଜନ କୁମାର ସେଠୀ, ରେଡ୍ଡୀକୂଳ ନାଇଡୁ ଜି.ସିମାଂଚଳ ରେଡ୍ଡୀ, ଯାଦବ କୂଳ ନାଇଡୁ ଜେ. ଲାଚ୍ଛେୟା ପାତ୍ର, ଆର୍ ରାଜେଶ୍ୱରୀ ରେଡ୍ଡୀ, ଆର୍ ଲୋକନାଥ ରେଡ୍ଡୀ, ଦଣ୍ଡପାଣି ସେଠୀ, ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ କାଳୁ ଚରଣ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.