ଖପ୍ରାଖୋଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ସାଜିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖପ୍ରାଖୋଲ ଗସ୍ତରେ ଯାଇ ଖପ୍ରାଖୋଲ ବ୍ଲକ୍‌ରେ ଅବସ୍ଥାପିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜେ କ୍ଲାସ୍‌ ରୁମ୍‌ରେ ପିଲାମାନଙ୍କୁ ପାଠପଢ଼ାଇଛନ୍ତି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାପାଳ ସେହି ସ୍କୁଲରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠ ପଢ଼ାଇବା ସହ ବିଭିନ୍ନ ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଜିଲ୍ଲାପାଳ ପାଠପଢ଼ାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଠାରେ ବେଶ୍‌ ଉତ୍ସାହ ଦେଖାଦେଇଥିଲା । ଏହି ସମୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠୀ ସମେତ ବ୍ଲକର ଅତିରିକ୍ତ ବିଡିଓ ସହକାରୀ ଯନ୍ତ୍ରୀ ସୌମ୍ୟଶେଖର ଜୟପୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.