oom

ବିଡିଘାଟରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏବଂ ନାରାୟଣ ହେଲ୍‌ଥ ରାୟପୁରର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସ୍ୱାସ୍ଥ୍ୟ ଶିବିରକୁ ପୂର୍ବତନ ଶିକ୍ଷକ ସନାତନ ନାଥ, ଚାଷୀ ନେତା ସୋମରେନ୍ଦ୍ର ପରିଚ୍ଛା, ଜନକପୁର ଗ୍ରାମର ଡବ୍ଲୁଏଚ୍‌ଓର କାର୍ଯ୍ୟରତ ଦୁର୍ଜୟ ନାଗ ଅତିଥି ଭାବେ ଯୋଗ ଦେଇଥିଲେ । ମାହେଶ୍ୱରୀ ସଂଗଠନର ସଦର ଶାଖାର ସଭାପତି ଦେବାଶିଷ ପାଣ୍ଡିଆ ସଭା ପରିଚାଳନା କରିଥିଲେ ଏବଂ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ମାହେଶ୍ୱୀରର କାର୍ଯ୍ୟ ବିବରଣୀ ଦେଇଥିଲେ । ବିଡିଘାଟର ସଂଯୋଜକ ମୁନା ଧରୁଆ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସଦର ଶାଖା ସଂଯୋଜକ ଅପ୍ରମିତ ପରିଚ୍ଛା ଏବଂ ବଲାଙ୍ଗିର ଶାଖା ସଭାପତି ଶୋଭନ ଅଗ୍ରୱାଲ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ । ସଭା ପୂର୍ବରୁ ଅଂଚଳର ଚାଷୀ ନେତା ସ୍ୱର୍ଗତ ଡ. ସୁଧୀର ପରିଚ୍ଛାଙ୍କ ସ୍ମୃତି ଚରଣ କରାଯାଇଥିଲା । ଶିବିରରେ ୫୦ରୁ ଅଧିକ ରୋଗୀ ଚିକିତ୍ସା ଗ୍ରହଣ କରିବା ସହିତ ମାଗଣାରେ ଔଷଧ ପାଇଥିଲେ । ଶିବିରରେ କ୍ୟାନସର ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ, ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପଙ୍କଜ କୁମାର ପବେଲ. ଶିଶୁ ବିଶେଷଜ୍ଞ ଡାକ୍ତର ଦୀପକ ଭରାଜ, ଡାକ୍ତର ସ୍ୱାଭିମାନ ସାହୁ, ଡାକ୍ତର ରାମେଶ୍ୱର ଲାଲ ଚୌହାନ, ନାରାୟଣନ ହେଲ୍‌ଥ ଓ ଶିବିରରେ ମାଗଣାରେ ଚକ୍ଷୁ ପରୀକ୍ଷା ସହିତ ମୋତିଆ ବନ୍ଧୁ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ମହାନଦୀ ନେତ୍ର ଚିକିତ୍ସାଳୟ ପଠାଯାଇ ଚିକିତ୍ସା କରାଯାଇଛି । ମାହେଶ୍ୱରୀ ମହିଳା ଶାଖାର ସଂଯୋଜିକା ଇସିକା ଦାସ, ସଭ୍ୟ ସ୍ମରଣିକା ନାୟକ, ତୃପ୍ତିମୟୀ ମହାପାତ୍ର, ବୈଶାଳି ଶିବିରରେ ଯୋଗ ଦେଇଥିଲେ ଓ ମାହେଶ୍ୱରୀ ସଂଗଠନର ସୋସିଆଲ ମିଡିଆ ସଂଯୋଜକ ଶିବ ପ୍ରସାଦ ମିଶ୍ର, ସ୍ୱାଗତ ଦାସ, ରାଜ ବାଲୁକେଶ୍ୱର ନନ୍ଦ, ଆଶିମା ପଣ୍ଡା, ପ୍ରିୟାକାନ୍ତ ନାୟକ, ଦିଲ୍ଲୀପ ବିଶ୍ୱାଲ, ଦିନେଶ ରଥ, ପ୍ରଦୀପ ଭୋଇ, କୃଷ୍ଣଚନ୍ଦ୍ର ବେହେରା, ବେଣୁଧର ବିଶି, ସତ୍ୟବାନ ବିଶି, ଅଶୋକ ବାଗ, ଅନ୍ତରାମ ଭୁଏ, ଉପେନ ବିଶି, ଦେବରାଜ ରାଉତ, ଲିଙ୍ଗରାଜ ରାଉତ, ଭକ୍ତବନ୍ଧୁ , ଦଇତାରି ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.