ସଇଁନ୍ତଲା ଡାକ୍ତରଖାନା ବାହାରେ ଝୁଲୁଛି ସଟଡାଉନ ବୋର୍ଡ : ବାବୁଉଲବା ଗାଁରେ ୨୪ ଘଣ୍ଟା ପାଇଁ ସଟଡାଉନ, କରୋନା ମୃତ୍ୟୁକୁ ନେଇ ଅଞ୍ଚଳରେ ଭୟର ବାତାବରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ସମ୍ମୁଖରେ ଝୁଲୁଛି ସଟଡାଉନ ବୋର୍ଡ । ଯେଉଁଥିରେ ଡାକ୍ତରଖାନାରେ କରୋନା ରୋଗ ବାହାରିଥିବାରୁ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟ‌ନ୍ତ ଡାକ୍ତରଖାନା ସଟଡାଉନ ବୋଲି ଲେଖାଯାଇଛି । ଏପରିକି ଜରୁରୀକାଳୀନ ସେବା ଚାଲୁ ରହିବ ବୋଲି ମଧ୍ୟ ଲେଖାଯାଇଛି । ଯାହାକୁ ଦେଖି ହସ୍ପିଟାଲକୁ ଆସୁଥିବା ରୋଗୀ ହଟହଟା ହେଉଛନ୍ତି । କିନ୍ତୁ ଯଦି ଜଣେ କରୋନା ମୃତ୍ୟୁ ହେବା ପରେ ଡାକ୍ତରଖାନାକୁ ସଟଡାଉନ ଘୋଷଣା ନ କରାଗଲେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ପାରେ ତେଣୁ ଡାକ୍ତରଖାନାର କତ୍ତୃପକ୍ଷଙ୍କ ବିଚାରକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ବଢିବାରେ ଲାଗୁଥିବା ବେଳେ ମଧ୍ୟ ଲୋକେ ବେଧଡକ ଭାବେ ଯାତାୟାତ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ କଡା ସୁରକ୍ଷା ସହିତ ଡାକ ବାଜି ମାଧ୍ୟମରେ ସଚେତନତା ଅଭିଯାନ ମଧ୍ୟ ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି ସଇଁନ୍ତଲା ଡାକ୍ତରଖାନାରେ ଜଣେ ୨୫ ବୟ‌ସ୍କା ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ସିଏଚସି ସମ୍ମୁଖରେ ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ସଟଡାଉନ ବୋର୍ଡ ଝୁଲାଇ ଦେଇଛନ୍ତି, ଯେଉଁଥିରେ ୫ ତାରିଖରୁ ଆସନ୍ତା ୧୧ ତାରିଖ ଯାଏଁ ସିଏଚସି ସଟଡାଉନ ରହିବ ବୋଲି ଉଲ୍ଲେଖ ରହିଛି । ଏହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କରୋନାରେ ମହିଳାଙ୍କ ମୃତ୍ୟୁ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ଘୁନସର ପଞ୍ଚାୟତ ବାବୁଉଲବା ଗ୍ରାମକୁ ସ୍ଥାନୀୟ ସରପଞ୍ଚ ଦ୍ରୋପଦୀ ବେହେରା ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଥିବା ଜଣାପଡିଛି ।

Leave A Reply

Your email address will not be published.