ଆସନ୍ତା ଜୁଲାଇ ୩ରେ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ ବିଶେଷଜ୍ଞ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ବିଶେଷଜ୍ଞ ଟିମ୍‌ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସ୍‌ଆଇ)ର ମିଳିତ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ । ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ଦେଖିବେ । ୩ ତାରିଖ ସକାଳ ସାଢ଼େ ୧୦ଟାରେ ଏହି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରାଯିବ । ଗତ ୯ ତାରିଖରେ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.