pr

ସୁବର୍ଣ୍ଣମାଳା ବିଷୋୟୀଙ୍କ ଉଦ୍ଦେଶ୍ୟରେ ଶୋକ ସଭା

dr. purohit

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୁବର୍ଣ୍ଣମାଳା ବିଷୋୟୀଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ଲଷ୍ମଣ ଭବନ ପରିସରରେ ସ୍ୱେଛାସେବୀ ସଂଗଠନ କ୍ୟୁୟର୍ସର ସମ୍ପାଦକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ଅରୁଣ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଆଇନଜୀବୀ ଡି. ଆଦିନାରାୟଣ ରେଡ୍ଡୀ, ପିଏନୟୁଏ କଲେଜର ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର ପ୍ରସାଦ ଦାଶ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଶିକ୍ଷକ ନେତା ବିଷ୍ଣୁ ନାରାୟଣ ପଣ୍ଡା, ସୁରେଶ କୁମାର ମହାନ୍ତି, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ. କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦ୍ଧନ ରେଡ୍ଡୀ, ସିପିଆଇ କାର୍ଯ୍ୟକାରୀ ସଦସ୍ୟ ନବୀନ ମହାନ୍ତି, ପ୍ରଫୁଲ କୁମାର ପାଣିଗ୍ରାହୀ, ଦୁର୍ଯ୍ୟୋଧନ ନାହାକ, ଛତ୍ରପୁର ଏନଏସିର ପୂର୍ବତନ ଉପ-ନଗରପାଳ ପ୍ରଦୀପ କୁମାର ବେହେରା, ସୃଜନ ସାହିତ୍ୟସଂଗଠନର ସମ୍ପାଦକ ସୋମନାଥ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଯୋଗଦେଇ ସ୍ୱର୍ଗତ ବିଷୋୟୀଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ ଜଣାଇଥିଲେ ।

nrusinghnath
Leave A Reply

Your email address will not be published.