om academy

ଆଜି ପୂଜା ସରିଲା : କରୋନା କଟକଣାରେ ଭିତରେ ଭକ୍ତ ହେଲେ ଭାବ ବିହ୍ୱଳ, ପୁଣି ଆର ବର୍ଷକୁ ଅପେକ୍ଷା

jsm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗତ ପାଞ୍ଚଦିନ ଧରି ଚନ୍ଦନଭାଟି ଅଞ୍ଚଳର ବଘଲା, ଚନ୍ଦନଭାଟି ଏବଂ କଅଗାଁ ରେ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି ମା’ଙ୍କ ପୂଜା । କରୋନା କଟକଣା ଯୋଗୁଁ ପୂଜା ମାହୋଲ ଜାକଜମକ ହୋଇନଥିଲେ ମଧ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିଲା । ଅନ୍ୟ ବର୍ଷ ଭଲି କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ସମାଗମ ବି ପରିଲକ୍ଷିତ ହୋଇ ନଥିଲା । ସବୁ ପୂଜାମଣ୍ଡପ ଶୁନଶାନ ଲାଗୁଥିଲା । କେବଲ ପଣ୍ଡିତ, ପୂଜକ, ଜପକ, କର୍ତ୍ତା ଏବଂ କମିଟି ସଦସ୍ୟଙ୍କୁ ଛାଡିଦେଲେ କାଁ ଭାଁ ଭକ୍ତ ପୂଜାରେ ସାମିଲ ହେଉଥିଲେ । ଭାଇ ଜୁଇନ୍ତିଆ ପୂଜା ଓ ବଡ଼ ଓଷା ପର୍ବ ଦିନ ମଧ୍ୟ ଉପାସୀଙ୍କ ସଂଖ୍ୟା ଅନ୍ୟ ବର୍ଷ ଭଳି ଦେଖିବାକୁ ମିଳି ନଥିଲା । ସେ ଯାହା ହେଉ ନା କାହିଁକି, ଶ୍ରଦ୍ଧା ଏବଂ ଭକ୍ତିର ସହ ଏ ବର୍ଷର ଦୁର୍ଗାପୂଜା ସମ୍ପନ୍ନ ହୋଇଥିବାରୁ ଗାଁ ଏବଂ ପୂଜା କମିଟିର କର୍ମକର୍ତ୍ତା ମାନେ ଖୁସି ଜାହିର କରିଛନ୍ତି ।

ମା’ ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆଜି ପୂଜା ମଣ୍ଡପ ମାନଙ୍କରେ ଟିକେ ଭିଡ ଦେଖିବାକୁ ମିଳିଥିଲା । ଭକ୍ତ ଶେଷ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡିଥିଲେ । ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ଭକ୍ତ ।
ଆଜି ସନ୍ଧ୍ୟାରେ ବଘଲା ଗ୍ରାମର ଭସାଣୀ ଶୋଭାଯାତ୍ରା ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.