ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୧୨.୧୨.୨୦୨୩ ଓ ୧୩.୧୨.୨୦୨୩ ଦୁଇଦିନ ଧରି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ସିଆଲବାହାଲିଠାରେ ବାର୍ଷିକ କ୍ରୀଡା ଅନଚଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ମଧ୍ୟରେ ଥିବା ସମସ୍ତ ବର୍ଗର ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ସଂଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଟେଣ୍ଡାପଦର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷିକା ପ୍ରଣତୀ ଦାସ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଅତିଥି ଭାବରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ମୁକେଶ କୁମାର ସ୍ୱାଇଁ କରିଥିବା ବେଳେ ଦିନେଶ କୁମାର ପଧାନ, ଚୈତନ୍ୟ ଦନ୍ତା, ରଘୁନାଥ ଜେନା, ଐଶ୍ୱର୍ଯ୍ୟା ସାହୁ, ସୁଷମା ପଧାନ, ନିରୂପମା ମିଶ୍ର ସହଯୋଗ କରିଥିଲେ । ଏଲୁମିନି କମିଟୀର ଅଧ୍ୟକ୍ଷ ସୁବଲ ଭୋଇ ଓ ପରିଚାଳନା କମିଟୀର ଅଧ୍ୟକ୍ଷ ଶ୍ରୀକାନ୍ତ ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ନାବ୍ୟାଞଳୀ ସାହୁ, ଲିଙ୍ଗରାଜ ବାଗ, ସମୀର ଭୁଏ ଚାମ୍ପିଆନ୍‌ ହୋଇଥିଲେ ।

Leave A Reply

Your email address will not be published.