ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଶୂନ୍ୟ ରହିଛି । ଏବେ ୧୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସରକାରୀ ସୂତ୍ରରେ କୁହାଯାଇଛି । କେତେକ ଦେଶରେ କରୋନାର ନୂଆ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣ ଅନେକ ମାତ୍ରାରେ କମିଥିବା ଲକ୍ଷ୍ୟ କରାଯାଉଛି, ଯାହାଫଳରେ ଲୋକେ ଆଶ୍ୱସ୍ତ ଅଛନ୍ତି । ତଥାପି କରୋନା ସଂକ୍ରମଣ ବିପଦ ଏବେ ବି ଟଳି ନଥିବାରୁ ସମସ୍ତେ କୋଭିଡ଼ ନିୟମ ପାଳନ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।

Leave A Reply

Your email address will not be published.