pr

ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମାନସୀ ଦାଶ, ପ୍ରଶାନ୍ତ ନାୟକ, ଗଣେଶ ପଟ୍ଟନାୟକଙ୍କ ଗୀତରେ ଝୁମିଲେ ଦର୍ଶକ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହିତ ସ୍ୱନାମଧନ୍ୟ କଳାକାରଗଣଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ପ୍ରତିଷ୍ଠିତ କଳାକାର ଓ କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣରେ ବେଶ୍ ମନମୁଗ୍ଧ କରିଦେଇଥିଲା । ସ୍ଵତନ୍ତ୍ର ଭାବେ ଓଡ଼ିଶାର ଭୁବନେଶ୍ୱରରୁ ଆସିଥିବା ସ୍ୱନାମଧନ୍ୟ କଳାକାର ଦକ୍ଷ କଣ୍ଠଶିଳ୍ପୀ ମାନସୀ ଦାଶ, ଲୋପାମୁଦ୍ରା ପ୍ରିୟଦର୍ଶିନୀ, ରୋକ୍-ଷ୍ଟାର୍ କଣ୍ଠଶିଳ୍ପୀ ହିମାଂଶୁ, ସମ୍ବଲପୁରୀ କଣ୍ଠଶିଳ୍ପୀ ନୀଲୁ, ଛତ୍ରପୁର ମାଟିର କଳାକାରପୁତ୍ର ତଥା ଓଡିଶାର ଆଗଧାଡିର କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ପ୍ରଶାନ୍ତ ନାୟକଙ୍କ ଗୀତରେ ଦର୍ଶକ ଆତ୍ମ ବିଭୋର ହୋଇ ଉଠିଲେ । ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏବଂ ରାଜନେତା ପ୍ରଶାନ୍ତ ନାୟକଙ୍କ ଦ୍ଵିତ କଣ୍ଠରେ ଦର୍ଶକ ଝୂମିଲେ । ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବାର୍ ଆସୋସିଏସନ୍ ସଭାପତି ପ୍ରଦୀପ ପାଢ଼ୀ, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଖାଦ୍ୟ ନିଗମ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ମଞ୍ଚାସୀନ ହୋଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।

nrusinghnath
Leave A Reply

Your email address will not be published.