pr

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଦ୍ଧିଜୀବୀ ସମ୍ମିଳନୀ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ବିଷୟକୁ ନେଇ ଆଲୋଚନା ହୋଇଥିଲା । ଆଲୋଚକ ଭାବେ ଭାଗତ ଭାସ୍କର ଜଗନ୍ନାଥ ପଣ୍ଡା, ତରୁଣ ସନ୍ୟାସୀ ଅନୁରାଗ ଚୈତନ୍ୟ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଉପଦେଷ୍ଠା ଦିବ୍ୟ ଜୀବନ ସଂଘ, ଛତ୍ରପୁର ଶାଖା ରଜନୀକାନ୍ତ ପଟ୍ଟନାୟକ, କବି ପ୍ରଶାନ୍ତ ଶତପଥୀ, ପଣ୍ଡିତ ସରୋଜ ଶତପଥୀ, ଛତ୍ରପୁର ସଂକୁଳ ସଂଯୋଜକ ଶିକ୍ଷକ କୁର୍ମା ରାଓ, ଗୀତା ପ୍ରଚାରକ ସ୍ୱସ୍ତି ସୁନ୍ଦର ସିଅ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମନୋରଂଜନ ଦାଶ, ସୁକାନ୍ତ ସାହୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଦୀପକ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.