oom

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

jsmm

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି କ୍ରମରେ ଆଜି ବରଗଡ଼ର ସାମ୍ବାଦିକ ରମଣୀ ରଂଜନ ବେହେରାଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିକଟ ଅତୀତରେ ଶ୍ରୀ ବେହେରା କାର୍ୟ୍ୟରତ ଥିବା ସମୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ସଂକ୍ରମଣର ଶିକାର ହୋଇଥିଲେ। ଏହାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋମ୍ ଆଇସୋଲେସନରେ ରହି ଉପଯୁକ୍ତ ଯତ୍ନ ନେବାପରେ ଆରୋଗ୍ୟ ଲାଭ କରିଛନ୍ତି। ସୁସ୍ଥ ହେବା ପରେ ପୁଣିଥରେ ନିଜ କାର୍ୟ୍ୟରେ ଯୋଗଦାନ କରିଥିବା କାରଣରୁ ସାମ୍ବାଦିକ ରମଣୀ ରଂଜନ ବେହେରାଙ୍କୁ ପ୍ରକୃତ କରୋନା ଯୋଦ୍ଧା ଭାବରେ ବିବେଚନା କରି ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ସାମ୍ବାଦିକ ବଦ୍ରି ପ୍ରସାଦ ସାହୁ ଉପସ୍ଥିତ ରହିଥିଲେ।

jittmm
Leave A Reply

Your email address will not be published.