om academy

ଜିଲ୍ଲାପାଳ ଆସି ଡାକ୍ତରଖାନା ସମସ୍ୟା ବୁଝିଲେ : ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ସୁପରିଷ୍ଟେଣ୍ଡେଣ୍ଟଙ୍କୁ କହିଲେ

jsm

କଂଟାବାଂଜ, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବଂଜି ସହରକୁ ଆଜି ଅପରାହ୍ନରେ ପ୍ରଥମ କରି ଅଚାନକ ପରିଦର୍ଶନ କରିଛନ୍ତି । ସେ କଂଟାବାଂଜିକୁ ପାଦ ଦେବାର ପ୍ରଥମ ପାହାଚରେ ସ୍ଥାନୀୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଛନ୍ତି । ତାଙ୍କ ପରିଦର୍ଶନ ବେଳେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଛନ୍ତି । ଏପରିକି ସେ ସମସ୍ତ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ବୁଝିଥିଲେ । ପୁଣି ଡାକ୍ତରଖାନାର ଅନ୍ତେବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ମେଡିକାଲ ଅଫିସର ଡା.ଏସ.ପି.ଡି. ପଣ୍ଡାଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମାଧାନ କରିବା ପାଇଁ କହିଛନ୍ତି ।

ଏହାପରେ ସେ ଏନଏସିର ସଭାଗୃହରେ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସହ କୋଭିଡ-୧୯ର ଜନ ସଂପର୍କ ଶିବିରରେ ଯୋଗ ଦେଇଥିଲେ । ଏହି ଶିବିରରେ କଂଟାବାଂଜି ସହରରେ ଅମାନିଆଁଙ୍କୁ ସଚେତନ କରିବା ସହିତ ନିଜର ସୁରକ୍ଷା ସଂଗେ ସଂଗେ ଅନ୍ୟକୁ ସୁରକ୍ଷା କରି ସହର ଏବଂ ଜନସାଧାରଣଙ୍କୁ କୋଭିଡ ମହାମାରୀ ରୋଗରୁ ଦୂରେଇ ରଖିବା ପାଇଁ ସହଯୋଗ ଲୋଡିଥିଲେ । ପରେ ସହରରେ କୋଭିଡ ପୋଜିଟିଭ୍‌ ହୋଇଥିବା କିଛି ବ୍ୟକ୍ତିଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଥିଲେ । ଏପରିକି ଖବରଦାତାମାନେ ମଧ୍ୟ ୱାର୍ଡ କମିଟୀ ଜରିଆରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଜନ ସଂପର୍କ ଶିବିରରେ ଏନଏସି ନିର୍ବାହୀ ଅଧିକାରିଣୀ ବିଷ୍ଣୁପ୍ରିୟା ମିଶ୍ର, ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ଥାନା ଆଇଆଇସି, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସମସ୍ତ ପ୍ରିଂଟ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନଧି ସାମିଲ ହୋଇ ନିଜ ନିଜ ମତାମତ ରଖିଛନ୍ତି ।

Leave A Reply

Your email address will not be published.