ଗୁଦେରପାଲି ହାଇସ୍କୁଲରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀପ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ବିଷୟ ଉପରେ ରଚନା, କୁଇଜ୍, ଭାଷଣ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଶିକ୍ଷକ କିଶୋର ପାତ୍ର, ପ୍ରଜାପତି ପ୍ରଧାନ, ହରେକୃଷ୍ଣ ପ୍ରଧାନ, ମୁରଲିଧର ପଟେଲ ମଞ୍ଚାସିନ ହୋଇଥିଲେ ।

Leave A Reply

Your email address will not be published.