ଆର୍ଯ୍ୟ ସମାଜ ତରଫରୁ ବିଷୁବ ସଂକ୍ରାନ୍ତି ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷକୁ ସ୍ୱାଗତ ଜଣାଇ ବିଶ୍ୱ ମଙ୍ଗଳ ସକାଶେ ବଲାଙ୍ଗିର ଆର୍ଯ୍ୟ ସମାଜ ତରଫରୁ ଆର୍ଯ୍ୟ ସହଦେବ ଶାସ୍ତ୍ରୀଜୀଙ୍କ ତତ୍ତ୍ୱଧାନରେ ଏକ ହୋମ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଯଜ୍ଞରେ ମନୋଜ ଖମାରୀ, ତରୁଣ କୁମାର ମିଶ୍ର, ସରୋଜ ଯୋଷୀ, ଜ୍ୟୋତିନ୍ଦ୍ର ମିଶ୍ର, ଜୁଗଲ ମହାପାତ୍ର, ରାମ କୁମାର ମିଶ୍ର, ଅନନ୍ତ ବିଷୋଇ, ଗୋପାଲ କର ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବଲାଙ୍ଗିର ଆର୍ଯ୍ୟ ସମାଜର ସଭାପତି ସୁବ୍ରତ ବହିଦାର ସମସ୍ତଙ୍କୁ ଆଗାମୀ କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ପାଇଁ ଅନୁରୋଧ କରି ଯଜ୍ଞ କାର୍ଯ୍ୟକ୍ରମ ସମପନା କରିଥିଲେ । ଶେଷରେ ମୋତିଲାଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.