p purohi

ଶନିବାର ଦିନ ପୂର୍ବ ଭଳି ସକାଳ ସ୍କୁଲ ପାଇଁ ଶିକ୍ଷକ ସଂଘ ପକ୍ଷରୁ ଦାବୀ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ପୂର୍ବ ଭଳି ସକାଳ ସ୍କୁଲ କରାଯିବାକୁ ଶିକ୍ଷକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ କହିଛନ୍ତି ଯେ, ଶନିବାର ଦିନ ସ୍କୁଲ ସକାଳୁଆ ହେଲେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିକାଶ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିବା ଶିକ୍ଷକମାନଙ୍କ ପାଇଁ ସହଜ ହେଉଥିବା ବେଳେ ପିଲାମାନଙ୍କୁ ସକାଳୁ ସକାଳୁ ଶନିବାର ଦିନ ମାସ୍‌ ଡ୍ରିଲ୍ ପାଇଁ ପ୍ରସ୍ତୁତ କରାଯାଇ ପାରୁଥିଲା । ତେବେ ସରକାରଙ୍କ ନୂଆ ନୀତି ଅନୁସାରେ ଶନିବାର ଦିନ ୧୦ଟାରୁ ସ୍କୁଲ ଖୋଲାଯାଉଥିବାରୁ ଛାତ୍ରଛାତ୍ରୀମାନେ ଉପରୋକ୍ତ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି । ତେଣୁ ପୂର୍ବ ଭଳି ଶନିବାର ଦିନ ସକାଳୁଆ ସ୍କୁଲ ପାଇଁ ସେ ଦାବୀ କରିଛନ୍ତି । ସେହିଭଳି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ପ୍ରଦୀପ କୁମାର ଖମାରୀ ମଧ୍ୟ ନିଜ ମତ ପ୍ରକାଶ କରି ଶନିବାର ଦିନ ସକାଳୁଆ ସ୍କୁଲ ନିମନ୍ତେ ଦାବୀ କରିଛନ୍ତି ।

nrusinghnath
Leave A Reply

Your email address will not be published.