csstore

ସାହାଯ୍ୟର ହାତ ବଢ଼ାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ : ଦୁଇଜଣ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭାଲୁକୁନ୍ଦ ଗାଁର ସୁମନ୍ତ ସାହୁ (୩୪)ଙ୍କ ଗୋଟିଏ ହାତରେ କର୍କଟ ରୋଗ ହେତୁ ମାଂସ ଝଡିବାକୁ ଲାଗିଛି । ସେ ଅସହାୟ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା କରି ନପାରି ଘରେ ରହିଥିଲେ । ବିଙ୍ଗ ହ୍ୟୁମାନର କର୍ମକର୍ତ୍ତାମାନେ ଜାଣିବା ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତି କରିଥିଲେ ।


ଠିକ ସେହି ପରି ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁର ରବୀନ୍ଦ୍ର ସେଠ(୪୦)ଙ୍କ ଖାଦ୍ୟ ନଳୀ ବଙ୍କା ହୋଇ ପେଟରେ ମାଂସ ବୁଦ୍ଧି ହେବା ସହ ପାଣି ଜମି ପେଟ ତଳୁ ପାଣି ପଡୁଛି । ସେ ମଧ୍ୟ ନିରୁପାୟ ହୋଇ ଘରେ ପଡି ରହିଥିଲେ । ତାଙ୍କୁ ମଧ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ବଲାଙ୍ଗିର ହସ୍ପିଟାଲରେ ଭର୍ତି କରିଥିଲେ ।


ପରେ ଏହି ୨ଜଣ ଅସହାୟ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଟ୍ୱିଟ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଟ୍ୱିଟ ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ପେସିଆଲ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ କଟକ ମେଡିକାଲକୁ ପଠାଇଛି । ବିଙ୍ଗ ହ୍ୟୁମାନ ପକ୍ଷରୁ ଦୁହିଁଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଇଛି ବୋଲି ଅନୁଷ୍ଠାନର ଉପଦେଷ୍ଟା ଟୁନା ମିଶ୍ର କହିଥିବା ବେଳେ କଟକରେ ତାଙ୍କୁ ଦେଖାରେଖା ବିଙ୍ଗ ହ୍ୟୁମାନ କଟକର ସଦସ୍ୟମାନେ କରିବେ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ କହିଛନ୍ତି ।

jayashree
Leave A Reply

Your email address will not be published.