om academy

ଭିନ୍ନକ୍ଷମ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ଆବଶ୍ୟକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ କୁମୀର ଗ୍ରାମର ନଳିନୀ ମଲ୍ଲିକଙ୍କ ପୁଅ ଜୟ କୁମାର ମଲ୍ଲିକ(୩) ଜନ୍ମରୁ ଭିନ୍ନକ୍ଷମ ଅଟେ । ନଳିନୀ ମଲ୍ଲିକ ଜଣେ ଗରିବ ଖଟିଖିଆ ମହିଳା ଅଟନ୍ତି । ଶିଶୁଟିକୁ ଚିକିତ୍ସା କରିବା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଉଛନ୍ତି, ହେଲେ କିଛି ଫଳ ମିଳିଲାନାହିଁ । ସେ ବିଛଣା ଉଠିପାରୁ ନାହିଁ କି ବସିପାରୁ ନାହିଁ । କରୋନା ସଂକ୍ରମଣ ହେତୁ ତାର ଭିନ୍ନକ୍ଷମ ସାର୍ଟିଫିକେଟ ହୋଇ ପାରୁନାହିଁ । ତେଣୁ ସେ ଭିନ୍ନକ୍ଷମ ଭତ୍ତା ପାଇପାରୁ ନାହିଁ । ତାଙ୍କୁ ଯଦି ପ୍ରଶାସନ ତରଫରୁ କିଛି ଆର୍ଥିକ ସାହାଯ୍ୟ ଦିଆଯାଇ ପାରନ୍ତା ତେବେ ସେ କିଛିଟା ଉପକୃତ ହୁଅନ୍ତା ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.