om academy

ମହାମାରୀ କରୋନା କାଳରେ ସହଯୋଗର ହାତ ବଢ଼ାଇଲା ବି.ଏସ୍‌.ଏରୋବିକ୍‌ ଏଣ୍ଡ୍‌ ଫିଟ୍‌ନେସ୍‌ ସେଣ୍ଟର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ବେଳେ ଗରିବ ଖଟିଖିଆଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏମିତି ସମୟରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଗରିବ ତଥା ଅସହାୟ ମଣିଷଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି, ଯାହା ସମାଜ ପାଇଁ ଅତ୍ୟନ୍ତ ଶୁଭଙ୍କର ମନେହେଉଛି । ଏମିତି ବେଳାରେ ବି.ଏସ୍‌.ଏରୋବିକ୍‌ ଏଣ୍ଡ୍‌ ଫିଟ୍‌ନେସ୍‌ ସେଣ୍ଟରର ନିର୍ଦ୍ଦେଶିକା ସ୍ୱାତୀ ପଟ୍ଟନାୟକ ମଧ୍ୟ ଅସହାୟକଙ୍କୁ ସହାୟତା ପ୍ରଦାନ ପାଇଁ ହାତ ବଢ଼ାଇଛନ୍ତି । ସେ ଅନ୍‌ଲାଇନ୍‌ ଏରୋବିକ୍‌ ତଥା ଯୋଗ କ୍ଲାସ୍‌ରୁ ଯାହା ପାଉଣା ପାଉଛନ୍ତି, ତାହା ଅସହାୟଙ୍କ ସେବାରେ ଲଗାଇବା ପାଇଁ ଅଂଟା ଭିଡ଼ିଛନ୍ତି । ମହାମାରୀର ତାଡ଼ନାରେ ଯେଉଁମାନେ ମୁଠେ ଖାଇବାକୁ ପାଉ ନାହାନ୍ତି, ସେହି ଶ୍ରେଣୀର ଗରିବ ଲୋକଙ୍କ ପାଖକୁ ଯାଇ ସ୍ୱତଃ ସହାୟତାର ହାତ ବଢ଼ାଉଛନ୍ତି ସ୍ୱାତୀ । ତାଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.