ମୁନିଗୁଡ଼ା ପୋଲିସର ବଡ ସଫଳତା : ୧୫ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ୧୦ ଗିରଫ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୋଲିସକୁ ମିଳିଛି ସଫଳତା । ବହି ଦିନ ଧରି ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରୁ ଏଲ୍‌ଇଡି, ଟିଭି, ଇନ୍‌ଭଟର ଓ ବ୍ୟାଟେରୀ ଚୋରି କରିଥିବା ରାକେଟ୍‌ ପର୍ଦ୍ଦାଫାଶ କରିଛି ମୁନିଗୁଡ଼ା ପୋଲିସ । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ସୂଚନା ମୁତାବକ, ବିଷମ କଟକ, ମୁନିଗୁଡ଼ା, ଅମ୍ବାଦଳା ଥାନା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରେ ତାଲା ଭାଙ୍ଗି ଅଭିଯୁକ୍ତମାନେ ଲୁଟ୍‌ କରୁଥିଲେ । ବହୁ ଦିନ ଧରି ଏହି ରାକେଟ୍‌ ଚାଲିଥିଲା । ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଜଣ ଚୋର ଏବଂ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରାଯିବା ଜଣାପଡିଛି । ଏହାସହ ସେମାନଙ୍କ ନିକଟରୁ ୧୨ଟି ନାମୀଦାମୀ କମ୍ପାନୀର ଏଲ୍‌ଇଡି ଟିଭି, ୮ଟି ଇନ୍‌ଭୋଟର, ୫ଟି ବ୍ୟାଟେରୀ ସହ ଚୋରି ସମୟରେ ବ୍ୟବହୃତ ହୋଇଥିବା ଏକ କାର୍‌କୁ ଜବତ କରିଛି ମୁନିଗୁଡ଼ା ପୋଲିସ ।

Leave A Reply

Your email address will not be published.