centurian jitm

ପିଲାମାନଙ୍କ ଭବିଷ୍ୟତ ପାଇଁ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରିଲେ ୧୯ ଖୀଷ୍ଟିଆନ୍‌ ପରିବାର ସଦସ୍ୟ

nschool

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଆମ ପିଲାଛୁଆକୁ କୌଣସି ପ୍ରକାର ସରକାରୀ ବା ବେସରକାରୀ କ୍ଷେତ୍ରରୁ ସହାୟତା ସହ ସୁବିଧା ସୁଯୋଗ ମିଳିପାରୁନଥିବା ସହ ଚାକିରି, ବିଦ୍ୟାଳୟରେ ଶିକ୍ଷାଦାନ ଭଳି କୌଣସି ପ୍ରକାର ସହାୟତା ନମିଳିବାରୁ ପୁଣି ଥରେ ଆମେ ବାଧ୍ୟ ହୋଇ ଖୀଷ୍ଟିଆନ୍‌ ଧର୍ମରୁ ହିନ୍ଧୁ ଧର୍ମକୁ ଫେରିଲୁ ବୋଲି ନିଜ ଆଡୁ ନିଜ ପ୍ରତିକ୍ରିୟାରେ କହିଥିଲେ ୧୯ ପରିବାରର ୮୩ ଜଣ ସଦସ୍ୟ । ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଂଚାୟତର ଗାଡପୁଟ ସ୍ଥିତ ଶିବ ମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ତରଫରୁ ସ୍ଥାନୀୟ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ କରିବା ସହ ମାଝିଗୁଡା ପଂଚାୟତର ୧୯ ପରିବାରର ୮୩ ଜଣ ପୁରୁଷ, ମହିଳା ଓ ପୁଅଝିଅ ମାନେ ହିନ୍ଦୁ ଜାତିକୁ ଫେରିଥିବାର ଜଣାପଡିଛି । ସେମାନେ କହିବାନୁଯାୟୀ ସେମାନଙ୍କ ପୂର୍ବପୁରୁଷ ମାନେ ହିନ୍ଦୁ ଧର୍ମରୁ ଖୀଷ୍ଟିଆନ୍‌ ଧର୍ମକୁ ଯାଇଥିଲେ । ସେହି ହିସାବରେ ଆମେ ଖୀଷ୍ଟିଆନ୍‌ ଭାବେ ରହିଥିଲୁ । ମାତ୍ର କୌଣସି ସରକାରୀ ବା ବେସରକାରୀ ସହାୟତା ନମିଳିବାରୁ ଶେଷରେ ସରକାରୀ ନିୟମ ମାନି ଆମେମାନେ ପୁଣିଥରେ ନିଜ ଧର୍ମକୁ ଆସିଯାଇଛୁ ବୋଲି କହିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗୌରବ ଅନୁଭବ କରି ବିଶ୍ୱର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ଗ୍ରହଣ କରିଛନ୍ତି ଖୀଷ୍ଟିଆନ୍‌ ପରିବାର ସଦସ୍ୟ । ଶିବ ମନ୍ଦିର ଠାରେ ଯଜ୍ଞ ପୂଜା ବିଧି ମାଧ୍ୟମରେ ବୈଦିକ ପରମ୍ପରା ଏବଂ ସଂସ୍କାର ମାଧ୍ୟମରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିଛି ନ୍ୟସ୍ତ ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ବିଶେଷଙ୍କ ପ୍ରରୋଚନାରେ କିଛି ଲୋକ ନିଜ ପାରମ୍ପାରିକ ହିନ୍ଦୁ ଧର୍ମ ପରିତ୍ୟାଗ କରୁଥିବାରୁ ଚିନ୍ତା ପ୍ରକଟ କରିଥିଲେ । ନିଜ ଧର୍ମ ଛାଡି ଅନ୍ୟ ଧର୍ମ ପ୍ରତି ଆକୃଷ୍ଟ ହେଉଥିବା ଲୋକଙ୍କୁ ପୁନଃ ନିଜ ଧର୍ମକୁ କିଭଳି ଫେରାଇ ଅଣାଯାଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗର ଦିଲ୍ଲୀପ ମେହେର, ଜିଲ୍ଲା ସମ୍ପାଦକ କମଳକାନ୍ତ ବିଶ୍ୱାଳ, ପାନ୍ତ ଉପସଭାପତି ବାବୁ ଭାଇ ବଜରଙ୍ଗୀ, ଦୁର୍ଯ୍ୟୋଧନ ମାଳୀ, ହରିନାଥ ପୂଜାରୀ, ରବି ଖିଲ, ଭଗତ ଭାଇ, ବୁଦ୍ରା ଭାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ୧୮ ପରିବାରର ପୁରୁଷ ୪୩ ଜଣ ଓ ୪୦ ଜଣ ମହିଳା ଖୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଥିଲେ ।

Leave A Reply

Your email address will not be published.