jayashree

ଚାଇଲ୍ଡ ଲାଇନ୍‌ର ଶିଶୁ ମନୋସାମାଜିକ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚାଇଲ୍ଡ ଲାଇନ ତରଫରୁ ଟିଟିଲାଗଡ ଆଇସିଡିଏସ ପରାସରା ସେକ୍ଟର ସମିଆଁପଡ଼ା ଅଙ୍ଗନୱାଡ଼ି ସେଣ୍ଟର୍ ଠାରେ ଆଧାର ଚାଇଲ୍ଡ ଲାଇନ୍‌(କୋଲାବ) ବଲାଙ୍ଗିର ତରଫରୁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜିଯାଇଥିବା ଶିଶୁ, ବାଲ୍ୟବିବାହ, ଶିଶୁ ଶ୍ରମିକ, ପଳାତକ ଶିଶୁ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଦରକାର କରୁଥିବା ଶିଶୁ, ନିର୍ୟାତନା ର ଶିକାର ହେଉଥିବା ଶିଶୁ, ଯୌନ ଶୋଷଣର ଶିକାର ହେଉଥିବା ଶିଶୁ, ଦାଦନ ଖଟିବାକୁ ଯାଉଥିବା ଶିଶୁ, ଆଶ୍ରୟ ଦରକାର କରୁଥିବା ଶିଶୁ, ନିଶାଗ୍ରହଣ କରୁଥିବା ଶିଶୁ, ଏଚଆଇଭି ଆକ୍ରାନ୍ତ ହୋଇଥିବା ଶିଶୁ, ଚାଲାଣ ହେଉଥିବା ଶିଶୁ ଓ କୋଭିଡ ୧୯ ସମୟରେ ଶିଶୁଙ୍କ ପାଇଁ ମନୋସାମାଜିକ ସଚେତନତା କାର୍ୟ୍ୟକ୍ରମ ବିଷୟରେ ଆଧାର ଚାଇଲ୍ଡ ଲାଇନ ତରଫରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଚାଇଲ୍ଡ ଲାଇନ ସଦସ୍ୟ ଶିବାନନ୍ଦ ବେହେରା ସଚେତନତା ସମ୍ବନ୍ଧରେ ବୁଝାଇଥିଲେ । ୧୦୯୮ ଦିବାରାତ୍ରି ୨୪ ଘଂଟା କିପରି କାର୍ୟ୍ୟ କରେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସଭାରେ ଆଇସିଡିଏସ ସୁପରଭାଇଜର ଶ୍ରୀମତୀ ଚାୱଲା ମାଝୀ, ୨୦ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ, ପାଚିକା, ଏଏନଏମ ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଚାଇଲ୍ଡ ଲାଇନ ହେଉଛି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏକ ସେବା, ଯାହାକି ଶିଶୁ ମାନଙ୍କୁ ସେବା, ସୁରକ୍ଷା ଓ ଯତ୍ନ ଦେଇଥାଏ ବୋଲି ଶ୍ରୀ ବେହେରା ସଚେତନ କରିଥିଲେ ।

Leave A Reply

Your email address will not be published.