ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଥାନା ଆଗଲପୁର ବ୍ଲକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଆଶା କର୍ମୀ ମାନେ ଘର ଘର ବୁଲି ଲୋକଙ୍କୁ ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦେବା ସହିତ ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି ।