jayashree

ଦେଓଗାଁରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ : ବିଜୁ କନ୍ୟାରତ୍ନ ଯୋଜନାର ଲଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଗୋଷ୍ଟୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଏବିଇଓ ଅଜିତ କୁମାର ମିଶ୍ର, ସିଡିପି ଓ ସୁକାନ୍ତି ବେହେରା, ଗୋଷ୍ଟୀ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ମମତାମୟୀ ଦାସ, ସ୍ନେହଲତା ସାହୁ, ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ନନ୍ଦି କିଶୋର ଷାଣ୍ଢ, ସଦସ୍ୟା ଲୀନା ବାବୁ, ଏସ୍‌ ଲତାଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୃଷ୍ଠପୋଷକତା ସହାୟତା ରାଶି, ଫୋଷ୍ଟର୍ କେୟାର ମିଶନ୍‌ ବାତ୍ସଲ୍ୟ, ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । ସେହିପରି ଆଶୀର୍ବାଦ, ସୁକନ୍ୟା, ବେଟି ବାଚାଓ, ବେଟି ପଢାଓ ଯୋଜନା ଉପରେ ଅତିଥିମାନେ ବୁଝାଇଥିଲେ । ଶେଷରେ ଅତିଥିମାନଙ୍କ ଦ୍ଵାରା ବିଜୁ କନ୍ୟାରତ୍ନ ଯୋଜନାର ଲଗୋ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର୍, ବ୍ଲକ କର୍ମଚାରୀ ଉପସ୍ଥିତ ଥିବା ବେଳେ ସୁରେଶ କୁମାର ମହାକୁର, ଠାକୁର ଭୋଇ, ରାମନାଥ ସାଏ , ସାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥଲେ ।

Leave A Reply

Your email address will not be published.