pr

ସାବାସ୍‌ ବଲାଙ୍ଗିର ଟ୍ରାଫିକ୍‌ ପୋଲିସ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ପାଖାପାଖି ୯ଟା ସମୟରେ ବଲାଙ୍ଗିର ଟ୍ରାଫିକ୍‌ ପୋଲିସ୍‌ର ଏକ ପ୍ରଶଂସନୀୟ ପଦକ୍ଷେପ ସାମ୍‌ନାକୁ ଆସିଛି । ସୂଚନା ଅନୁସାରେ ସମ୍ବଲପୁର ରୋଡ଼ପଟୁ ମୋଟର ସାଇକେଲରେ ନିଜର ପତ୍ନୀ ଏବଂ ଦୁଇ ସନ୍ତାନଙ୍କୁ ଧରି ଆସୁଥିବା ବେଳେ ସ୍ଥାନୀୟ ପାଟଣା ଛକ ସ୍ଥିତ ଟ୍ରାଫିକ୍‌ ପୋଷ୍ଟ ସମ୍ମୁଖରେ ପଛପଟୁ ଏକ ମୋଟର ସାଇକେଲ ପିଟି ଦେବା ଫଳରେ ଦୁର୍ଘଟଣା ଘଟିଥିବା ବେଳେ ତିନି ବର୍ଷର କନ୍ୟାଶିଶୁ ଗୁରୁତର ଭାବେ ଆହତ ହୋଇଥିଲା । ମୁହଁରେ ତଥା ଡାହାଣ ପଟ ଆଖିରେ କ୍ଷତ ସୃଷ୍ଟି ହେବା ସହ ପ୍ରଚୂର ରକ୍ତଶ୍ରାବ ହୋଇଥିଲା । ଏତିକି ବେଳେ କାର୍ଯ୍ୟରତ ୪ଜଣ ଟ୍ରାଫିକ୍‌ ପୋଲିସମାନେ ଦୌଡ଼ି ଆସି ସମସ୍ତଙ୍କୁ ଉଠାଇବା ସହ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ତତ୍‌କ୍ଷଣାତ୍‌ ନିଜ ମୋଟର ସାଇକେଲରେ ଆହତ ଶିଶୁକନ୍ୟାକୁ ମେଡ଼ିକାଲକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚଂଦ୍ର ରଥ ତଥା ଉପସ୍ଥିତ ଲୋକେ ଟ୍ରାଫିକ୍‌ ପୋଲିସ୍‌ର ଏତାଦୃଶ କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ ।

nrusinghnath
Leave A Reply

Your email address will not be published.