ସାବଧାନ : ବଲାଙ୍ଗିର ଜିଲ୍ଲାରେ ଉପରମୁହାଁ ହେବାରେ ଲାଗିିଛି କରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୩୬ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡ଼ିନି । ଜିଲ୍ଲାରେ ବଢ଼ି ଚାଲିଛି କରୋନା ସଂକ୍ରମଣ ଗ୍ରାଫ୍‌ । ଆଜି ଦିନକରେ ୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ବ୍ଲକ ଅଧୀନସ୍ଥ ଶିବତଲା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବେଲପଡ଼ା ବ୍ଲକ କପାଣି, ବେଲପଡ଼ା ଓ ଗମ୍ଭାରୀ ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ସଲଣ୍ଡି ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ ଓ ୯ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୫ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ୨ ଜଣ ଏବଂ ୱାର୍ଡ ନଂ.୨, ୩ ଓ ୪ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୭ ଓ ୧୪ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୧ ଓ ୯ରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ସଇଁନ୍ତଲା ବ୍ଲକ ବଡ଼ମାଲ ଓ ଗଣ୍ଡପତ୍ରପାଲି ଗ୍ରା.ପ.ରୁ ୩ ଜଣ ଲେଖାଏଁ, ପାଟଣାଗଡ଼ ବ୍ଲକ ଉଲ୍‌ବା, ଦେଉଲଗାଁ, ଗଙ୍ଗାସାଗର ଓ ଧୁବଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଦେଶରେ ମଧ୍ୟ କରୋନା ସଂକ୍ରମଣ ବୋବାଲ୍‌ କରିଛି ଓ ୯୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା ଗାଇଡ଼ ଲାଇନ୍‌କୁ ସମସ୍ତ ଜିଲ୍ଲାବାସୀ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି । ଏବେ ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ପହଂଚିଛି ।

Leave A Reply

Your email address will not be published.