ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଥାନା, ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଟି ଗାଁର ପାଣ୍ଡେପଡା କଟାଟିକି ପୋଖରୀ ନିକଟରୁ ପ୍ରାୟ ପଚାଶ ବୟସର ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରାଯାଇଛି । ଗତକାଲି ହାରାହାରି ପାଞ୍ଚଟା ସମୟରେ ତୁରେକେଲା ପୋଲିସ ଖବର ପାଇ ନିଜ କର୍ମଚାରୀଙ୍କ ସହିତ ଯାଇ ଶବ ପାଖରେ ରାତିସାରା କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍‌, କଣ୍ଟାବାଞ୍ଜି ଆଇଆଇସି, ତୁରେକେଲା ଆଇଆଇସି ଏବଂ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତି କ୍ରମେ ଶବଟିକୁ ଉଦ୍ଧାର କରାଯାଇଛି । ଏନେଇ ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା । ତୁରେକେଲା ପୋଲିସ୍ ପକ୍ଷରୁ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!