ରୁଟିରେ ଜଗନ୍ନାଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭକ୍ତଙ୍କ ଆରତି ଓ ଭକ୍ତିରେ ନାଟ ନଗର କାଳିଆ ଠାକୁର ଦର୍ଶନ ପାଇଁ ଆବିର୍ଭାବ ପ୍ରସଙ୍ଗ ନୂଆ ନୁହେଁ । ଭକ୍ତିରେ ଯାହାଙ୍କୁ ଦିଆଯାଉଥିବା ଖୁଦ ବି ମହାପ୍ରସାଦ ହୋଇଯାଏ । ସେ ନଟିଆ ଠାକୁର ଭକ୍ତଙ୍କୁ ସବୁ ସ୍ଥାନରେ ଦେଖା ଦିଅନ୍ତି ମହାପ୍ରଭୁ ଜଗନ୍ନାଥ । ସେହିପରି ଆଜି ମଧ୍ୟ ପଦ୍ମପୁର ଶାନ୍ତିନଗର ହରି ଚନ୍ଦନ ସାହୁ ଏବଂ ଲୋପାମୁଦ୍ରା ସାହୁଙ୍କ ଘରେ ରୁଟିରେ ଆବିର୍ଭାବ ହୋଇଛନ୍ତି ମହାପ୍ରଭୁ । ତେବେ ନିତିଦିନ ଭଳି ଘରେ ରୁଟି କରୁଥିବା ବେଳେ ହଠାତ୍ ରୁଟିରେ ଚିତ୍ର ଆଙ୍କି ହେଲା ଭଲି ଜଗନ୍ନାଥଙ୍କ ଚିତ୍ର ଦେଖି ସମସ୍ତଙ୍କୁ ଦେଖାଇଥିଲେ ହରି ଚନ୍ଦନ ସାହୁ ଏବଂ ଲୋପାମୁଦ୍ରା ସାହୁଙ୍କ ପୁତ୍ର ଅନ୍ୱେଷ । ତେବେ ଭକ୍ତଙ୍କ ମନରେ ପ୍ରଭୁ ସବୁ ବେଳେ ବାସ କରୁଥିବା ବେଳେ ସବୁସ୍ଥାନରେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ ଭକ୍ତି ଓ ଶ୍ରଦ୍ଧାର ଏକ ଅପୂର୍ବ ସଂଯୋଗ ।

Leave A Reply

Your email address will not be published.