pr

ବଲାଙ୍ଗିର ଠାରେ ଜାତୀୟ ମତଦାତା ଦିବସ ପାଳିତ : ଭୋଟର ସଚେତନତା ରଥର ଶୁଭାରମ୍ଭ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ମତଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସାଇକେଲ ଶୋଭାଯାତ୍ରାରେ ମହିଲା ମହାବିଦ୍ୟାଳୟ, ବଲାଙ୍ଗିରର ଛାତ୍ରୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର, ଏବଂ ସାଇଟ, ସଦେଇ ପାଲିର ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ଏହି ସାଇକେଲ ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଭୋଟର ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ଶୁଭାରମ୍ଭ କରିଥିଲେ । ସାଇକେଲ ଶୋଭାଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ ପୂର୍ବରୁ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ମତଦାତା ସଂକଳ୍ପ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବଲାଙ୍ଗିର ସୁଧାକର ନାୟକ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଚିତା ପୁଷ୍ପା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ବଲାଙ୍ଗିର ପୈାର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ସାଇକେଲ ଶୋଭାଯାତ୍ରା ଦୁଇଟି ରୁଟ ଦେଇ ସହର ପରିକ୍ରମା କରିଥିଲା ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଭୋଟର ସଚେତନତା ସଭାର ଆୟୋଜନ କରାଯାଇଥିଲା । ଉପ-ଜିଲ୍ଲାପାଳ ବଲାଙ୍ଗିର ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡେପୁଟୀ କଲେକ୍ଟର ନିର୍ବାଚନ ଶ୍ରୀମତୀ ପୁଷ୍ପା, ଡେପୁଟୀ କଲେକ୍ଟର ପ୍ରୀତମ ତନ୍ତୀ, ଜିଆଇପିଆରଓ ଶ୍ରୀ ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ ଗୁରେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବି.ଏଲ୍‌.ଓ ରଜନୀଗନ୍ଧା ପଧାନ, ପାଟଣାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବି.ଏଲ୍‌.ଓ ବାସନ୍ତୀ ମେହେର, ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବି.ଏଲ୍‌.ଓ ମଣି ମହାନନ୍ଦ, ଟିଟିଲାଗଡ ବିଧାନସଭା ନର୍ବାଚନ ମଣ୍ଡଳୀର ବି.ଏଲ୍‌.ଓ ମଞ୍ଜୁ ମାଝୀ ଓ କଣ୍ଟାବାଞ୍ଜି ବଧାନସଭା ନିର୍ବାଚନ ମଣ୍ଡଳୀର ବି.ଏଲ୍‌.ଓ ସୁରସା ମଲ୍ଲିକଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ଏହି ସଭାରେ କେତେକ ନୂତନ ଭୋଟରଙ୍କୁ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଉପସ୍ଥିତ ନୂତନ ଭୋଟର ଓ ବି.ଏଲ୍‌.ଓ ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ନାୟକ ମତଦାତା ସଂକଳ୍ପ ପାଠ କରାଇଥିଲେ । ସଭା ଶେଷରେ ଡେପୁଟୀ କଲେକ୍ଟର ଶ୍ରୀମତୀ ପୁଷ୍ପା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.