ଲଣ୍ଡନର ଅକ୍ପଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହେଲେ ରଶ୍ମୀ

ନୂଆଦିଲ୍ଲୀ : ଲଣ୍ଡନର ଅକ୍ପଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଛନ୍ତି ଭାରତର କର୍ଣ୍ଣାଟକ ଉଦୁପି ଜିଲ୍ଲାର ମଣିପାଲ ସହରର ରଶ୍ମୀ ସାମନ୍ତ । ଏଭଳି କୃତିତ୍ୱ ହାସଲ କରିବାରେ ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ଯୁବତୀ । ବତ୍‌ର୍ତ୍ତମାନ ରଶ୍ମୀ ଏନର୍ଜି ସିଷ୍ଟମରେ ଏମଏସସି ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି । ଭାରତରୁ ଯାଇ ଲଣ୍ଡନରେ ସେ ପାଠ ପଢ଼ିବା ସହିତ ନିର୍ବାଚନ ଲଢ଼ି ଓ ସେଥିରେ ବିଜୟୀ ହୋଇ ଏବେ ଭାରତକୁ ଗର୍ବିତ କରିଛନ୍ତି । ରଶ୍ମୀଙ୍କ ପିତା ଦୀନେଶ ସାମନ୍ତ ଉଦୁପିରେ ଜଣେ ବ୍ୟବସାୟୀ ।

Leave A Reply

Your email address will not be published.