pr

ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅବସରରେ ରାମଲୀଳା ନାଟକ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକତାର ତାଳେ ତାଳେ ଆମର ସଂସ୍କୃତି, ପରମ୍ପରା ଲୁଚି ଯାଉଥିବା ବେଳେ ଆଜି ବି ଅନେକ ଗାଁ ଆଜି ବି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଜୀବିତ ରଖିଛନ୍ତି । ଏଭଳି ଏକ ଗାଁ ହେଲା ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ । ଏଠାରେ ପ୍ରତି ବର୍ଷ ଶ୍ରୀରାମ ନବମୀ ଦିନ ଠାରୁ ୧୪ ଦିନ ପର୍ଯ୍ୟନ୍ତ ରାମଲୀଳା ନାଟକ ଧୁମଧାମରେ ଅନୁଷ୍ଠିତ ହୋଇଥାଏ ଓ ଦର୍ଶକ ମାନଙ୍କ ମଧ୍ୟ ପ୍ରବଳ ଭିଡ ହୋଇଥାଏ ରାମଲୀଳା ଦେଖିବା ପାଇଁ । ରାମଲୀଳା ପାଇଁ ଆଖ ପାଖ ଅଞ୍ଚଳରେ ରାମଚନ୍ଦ୍ରପୁର ପ୍ରସିଦ୍ଧ । ଏହି ପୌରାଣିକ ନାଟକ ଦେଖିବା ପାଇଁ କେବଳ ରାମଚନ୍ଦ୍ରପୁର ନୁହେଁ, ଆଖ ପାଖର ସମସ୍ତ ଗାଁର ଦର୍ଶକ ଆକର୍ଷିତ ହୋଇ ଆସି ରାମଲୀଳାର ଆନନ୍ଦ ନେଇଥାନ୍ତି । ତେବେ ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ରାମଲୀଳା ଅନୁଷ୍ଠିତ ହୋଇପାରୁ ନ ଥିଲା । କିନ୍ତୁ ଏ ବର୍ଷ ରାମଲୀଳାକୁ ଅନୁମତି ମିଳିଛି । ଫଳରେ କଳାକାର ଓ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି । ତେବେ ଏ ବର୍ଷ ରାମଲୀଳା କମିଟିର ସର୍ବ ସମ୍ମତି କ୍ରମେ ପୁରୁଣା ଅଭିଜ୍ଞ କଳାକାରମାନଙ୍କ ବଦଳରେ ନୂଆଁ ଯୁବ କଳାକାର ମାନଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି । ଫଳରେ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି ଓ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ପ୍ରଥମ ଦିନରେ ଶ୍ରୀରାମ ଜନ୍ମ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିବସରେ ସୀତା ବିବାହ ନାଟକ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ଶ୍ରୀରାମ ଭୂମିକାରେ ତ୍ରିଲୋଚନ ପାତ୍ର, ସୀତା ଭୂମିକାରେ ଦୟାରାମ ସେଠ, ଲକ୍ଷ୍ମଣ ଭୂମିକାରେ ଛେଲିଆ ବାଗ, ଦଶରଥ ଭୂମିକାରେ ବୃନ୍ଦାବନ ଜାଲ, ଜନକ ଭୂମିକାରେ ନାରାୟଣ ବକୁଲ, ଭରତ ଭୂମିକାରେ ବୀର ଷାଣ୍ଢ, ଶତ୍ରୁଘ୍ନ ଭୂମିକାରେ ବିକାଶ ଷାଣ୍ଢ, ବିଶ୍ଵାମିତ୍ର ଭୂମିକାରେ ସଂକୀର୍ତ୍ତନ ବାଗ ପ୍ରମୁଖ ଅଭିନୟ କରିଥିଲେ । ନୂତନ ଯୁବ କଳାକାର ମାନଙ୍କ ଅଭିନୟକୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଛନ୍ତି ଓ ସେମାନେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ବୋଲି ଦର୍ଶକ ମାନେ ମତବ୍ୟକ୍ତ କରିଛନ୍ତି ।

nrusinghnath
Leave A Reply

Your email address will not be published.