p purohi

ଲାଠୋର ମାଁ ବସ୍ତ୍ରେନ ଡ୍ରାଇଭର ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

dr. purohit

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମା ବସ୍ତ୍ରେନ ଡ୍ରାଇଭର ସଂଘ ତରଫରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ୫ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବସ୍ତ୍ରେନ ଡ୍ରାଇଭର ସଂଘର ସଭାପତି ଅନ୍ତର୍ୟ୍ୟାମୀ ସେଠଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭାବେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ସମ୍ମାନୀତ ଅତିଥିଭାବେ ଶୀତଳ ଅଗ୍ରୱାଲ, ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ସମାଜସେବୀ ସୁଶିଲ କୁମାର ଅଗ୍ରୱାଲ, ସିଆରସିସି କୁଞ୍ଜବିହାରୀ ସରାଫ, ରମେଶ ପୁରୋହିତ ପ୍ରମୁଖ ମଂଚାସୀନ ଅତିଥି ଭାବେ ରକ୍ତଦାନ ଶିବିରରେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଶୀତଳ ଅଗ୍ରୱାଲ ପ୍ରଥମେ ରକ୍ତଦାନ ଆରମ୍ଭ କଲା ପରେ ଅନ୍ୟମାନେ ରକ୍ତଦାନ କରିଥିଲେ । କୋଭିଡ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଜୟକୃଷ୍ଣ ଖରସେଲ ଓ ଗୋକୁଳ ହଂସକୁ ମୁଖ୍ୟଅତିଥିଙ୍କ ହାତରେ ଉପଢ଼øକନ ଦେଇ ଦୁଇ କୋଭିଡ ଯୁଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ଡ୍ରାଇଭର ସଂଘର ଦିଲୀପ ନାଏକ, ସୋନୁ ସିଂ, ବସୁଦେବ ଶବର, ଶଶିକାନ୍ତ ମେହେର, ଦୟାସାଗର ମେହେର, ଭୂତେଶ ଶବର, ଜୋନ ୩ଯୁବ ମୋର୍ଚ୍ଚା ସଭାପତି କାଶୀନାଥ ମେହେର ପ୍ରମୁଖ ରକ୍ତଦାନ ଶିବିରକୁ ସହଯୋଗ କରି ସଫଳ କରିଥିଲେ । ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ଜୟକୃଷ୍ଣ ଖରସେଲ, ଶୀତଳ ଅଗ୍ରୱାଲ, ପ୍ରସାଦ ଶଗଡ଼ିଆ, ଗୋବିନ୍ଦ ମେହେର, ହରିଶଙ୍କର ଶବର, ଲାଇବାନ ସୁନା, ସୁଧୀର ଷାଣ୍ଡ, ଦୀପକ ତାଣ୍ଡି, ମହେଶ୍ୱର ରାଏ, ସନ୍ତୋଷ ପାତ୍ର, ଗଣେଷ ଭଇଷାଲ, ରଘୁନାଥ କଠାର, ମନୋଜ ଶର୍ମା, ହେମନ୍ତ ରଣା, ଜଗନ୍ନାଥ ମେହେର, ସୁଶାନ୍ତ ଧରୁଆ, ରାଜ କୁମାର ମେହେର, ରୋହିତ ମେହେର, ସରୋଜ ବେହେରା, ପ୍ରମୋଦ ଅଗ୍ରୱାଲ, ଇନ୍ଦ୍ର ଭଇଁଷାଲ, ନିତ୍ୟାନନ୍ଦ ମେହେର, ସୁଶାନ୍ତ ପଣ୍ଡା, ଅନଙ୍ଗ ବାଗ ପ୍ରମୁଖ ରକ୍ତଦାନ କରିଥିଲେ । ପାଟଣାଗଡ ରକ୍ତଭଣ୍ଡାରରୁ ଆସିଥିବା ଟେକ୍ନିସିଆନ ବୁଲୁ ସାମଲ, ଆଇସିଟିସି କାଉନସିଲର ସୁଶାନ୍ତ ପଧାନ, ସଂକେତ ଯୋଶୀ, ଅଜୟ କୁମ୍ଭାର, ରୁଦ୍ରମଣୀ ଭୋଇ, କିଶୋର ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ ଶିବିରକୁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ଶିବ ପ୍ରସାଦ ବାରିକ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.