oom

ଆସନ୍ତା ୨ଠ୨୧ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ରେଳ ଉପଭୋକ୍ତା ସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଅଂଚଳର ବିକାଶ, ରେଳ ସଂଯୋଗୀକରଣ ସମେତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କାରାଯାଇଛି । ସମ୍ବଲପୁରରୁ ବ୍ରହ୍ମପୁର, ଗୁଣପୁରରୁ ଥେରୁବାଲି ଏବଂ ବରଗଡ଼ରୁ ନୂଆପଡା ପର୍ଯ୍ୟନ୍ତ ରେଳ ଲାଇନ୍‌ ସଂଯୋଗ ପାଇଁ ବୈଠକରେ ସ୍ଥିର ହୋଇଛି । ରାଜ୍ୟ ସରକାରଙ୍କ ଏପରି ଯୁଗାନ୍ତକାରୀ ନିଷ୍ପତ୍ତିକୁ ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତା ସଂଘ ସ୍ୱାଗତ କରିବା ସହ ଏହା କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ତଥା ସାଂଗଠନିକ ସ୍ତରରେ ସଂଯୋଗ ହୋଇ ପାରିବ ବୋଲି ମତପ୍ରକାଶ କରିଛି । ଭିଡିଓ କନଫରେନ୍ସ ମାଧ୍ୟମରେ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ଅଂଶଗ୍ରହଣ କରି ଉପସଭାପତି ପର୍ଶୁରାମ ନାଏକ, ସଂପାଦକ ଗୋକୁଳ ପୁରୋହିତ, ସଂପାଦକ ପ୍ରଭାକର ମିଶ୍ର, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ତଥା ସଭ୍ୟ ମହେଶ୍ୱର ସାହୁ ରାଜ୍ୟ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଗୋପାଳପୁର ବନ୍ଦର ସହ ସମୁଦାୟ ମଧ୍ୟ ଭାରତକୁ ସଂଯୋଗ କରିବାରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.