ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଏବେ ଚମକିବ : ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ବଲାଙ୍ଗିରର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି କ୍ରମରେ ଆଜି ବଲାଙ୍ଗିର ସହରର ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ଆଜି ପୂର୍ବାହ୍ନରେ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ରାଧାକୃଷ୍ଣ ମନ୍ଦିରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାଙ୍କ ସହ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ଅନ୍ୟ କାଉନ୍‌ସିଲର୍‌ମାନେ ଉପସ୍ଥିତ ଥିଲେ । ବଲାଙ୍ଗିରର ସାମୂହିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟାପ୍ତ ଅନୁଦାନ ନିମନ୍ତେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ମୁଖ୍ୟମନ୍ତ୍ରୀ ତଥା ଫାଇଭ୍‌-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.