ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂଆଁ ଓ ଯୁବ-ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଜନାରେ ପ୍ରତିଭା-ବିକାଶ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି ଅବସରରେ ମଙ୍ଗଳବାର ବର୍ଷିକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବର୍ଣ୍ଣାଢ଼୍ୟ ସାରସ୍ୱତ ସାମାରୋହରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଆଞ୍ଚଳିକ ନିର୍ଦେଶକ ଡ଼ଃ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ, ଖ୍ୟାତନାମା ଭାର-ଉତ୍ତୋଳନକାରିଣୀ ଶ୍ରୀମତୀ ପ୍ରମିଳା କ୍ରିଶାନି, ଉଚ୍ଚ ମାଧ୍ୟମିକ ପରିଷଦର ନୂଆ ଓ ନୋଡାଲ ଅଫିସର ଶ୍ରୀମତୀ ଦୁର୍ଗାବାଳା ଟୁଡୁ ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଅନେକ ଦିଗଦର୍ଶନ ଦେଇଥିଲେ । ଡ଼ଃ. ପିଙ୍କି ରାଣୀ ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ପ୍ରମୋଦ କୁମାର ତ୍ରିପାଠୀଙ୍କ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାରେ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.