ପ୍ରେମ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ପ୍ରେମିକା : ଗିରଫ ହେଲା ଅଭିଯୁକ୍ତ ପ୍ରେମିକ

ଝାରସୁଗୁଡ଼ା : ବିବାହର ପ୍ରଲୋଭନ ଦେଖାଇ ଜଣେ ୨୪ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ପ୍ରତାରଣା କରିଛି ଯୁବକ ଏଭଲି ଅଭିଯୋଗ ଆସିଛି ଥାନକୁ । ସୂଚନା ଯୋଗ୍ୟ ଯେ, ବ୍ରଜରାଜନଗ ଠାରେ ଯୁବତୀଙ୍କ ସହ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ରଖିବା ପରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଠକି ଦେଇଛି । ଝାରସୁଗୁଡ଼ା ସହରର “ସଖୀ’ କେନ୍ଦ୍ରର ସହାୟତାରେ ଯୁବତୀ ଜଣକ ଝାରସୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି । ଏହି ମାମଲାକୁ ନେଇ ଖବର ପାଇବା ପରେ ଏକ ଯୌନ ନିର୍ଯାତନା ଏବଂ ପ୍ରତାରଣା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମିକାଙ୍କୁ ଠକିଥିବା ଅଭିଯୁକ୍ତ ପ୍ରେମିକଙ୍କୁ ବ୍ରଜରାଜନଗର ଠାରୁ ଝାରସୁଗୁଡ଼ା ପୁଲିସ୍‌ ଉଠାଇ ଆଣିବା ସହ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି ବୋଲି ଥାନାଧିକାରୀ ସାବିତ୍ରୀ ବଳ କହିଛନ୍ତି ।

Leave A Reply

Your email address will not be published.