pr

ଖବରଦାତା ପ୍ରକାଶ ମହାରଣାଙ୍କ ବିୟୋଗରେ ଶୋକସଭା : ସରକାରୀ ସହାୟତା ପାଇଁ ଦାବୀ, ସାଂବାଂଦିକ ସଂଘ କଂଟାବାଂଜି କଲ୍ୟାଣ ସଂଘରୁ ସହାୟତା ପ୍ରସ୍ତାବ

dr. purohit

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଯୁବ ସାଂବାଦିକ ପ୍ରକାଶ ମହାରଣା(୪୫)ଙ୍କ ଅକାଳ ବିୟୋଗରେ ସାଂବାଂଦିକ ସଂଘ କଂଟାବାଂଜି ତରଫରୁ ଏକ ଶୋକସଭା ବୁଧବାର ଦିନ ସ୍ଥାନୀୟ ସାଂବାଦିକ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଜରୁରୀକାଳିନ ଆହୁତ ବୈଠକରେ ସ୍ୱର୍ଗତ ମହାରଣାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ମହାରଣା ଏକ ପ୍ରତିଷ୍ଠିତ ଦୈନିକ ଖବର କାଗଜ ସହ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ଜଣେ ଅମାୟିକ ମେଳାପୀ ଖବରଦାତାଙ୍କୁ ହରାଇଲା ବୋଲି ସ୍ମୃତିଚାରଣ କରାଯାଇଛି । ଏହି ଅବସରରେ ସ୍ୱର୍ଗତ ମହାରଣାଙ୍କ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ଦେବା ପାଇଁ ପ୍ରସ୍ତାବ ଦେଇଛି ସଂଘ । ଏପରିକି ସାଂବାଦିକ ସଂଘ କଂଟାବାଂଜି ତରଫରୁ ସାଂବାଂଦିକ ସଂଘ କଂଟାବାଂଜିର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପରିବାର ବର୍ଗଙ୍କୁ ଦେବା ପାଇଁ ଏକ ପ୍ରସ୍ତାବ ଗୃହୀତ କରି ନିଷ୍ପତି ନିଆଯାଇଛି, ଯାହା ସ୍ୱର୍ଗତ ମହାରଣାଙ୍କ ଦଶାହ କାର୍ଯ୍ୟ ଦିନ ଦେବା ପାଇଁ ସ୍ଥିର କରାଯାଇଛି । ଏହି ଶୋକସଭାରେ ସଂଘର ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ବିମଲ କୁମାର ଦାଶ, କୃତିକର ବାଗ, ଶୁକଦେବ ମହାନ୍ତି, ଅନ୍ତିମ ପାଣିଗ୍ରାହୀ. ଶିବ ଶଂକର ବାଗ, ସମିମ ଖାନ, ବିନୋଦ ସିଂ, ମୋହନ ସୋନି, ପ୍ରମୋଦ ବେହେରା, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ଅଭିମନ୍‌୍ୟୁ ବୋହିଦାର, ରାଧେଶ୍ୟାମ ମେହେର, କୈଲାଶ ସଗ୍ରିଆ ଶୋକ ସଭାରେ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.