jayashree

ଶ୍ରମିକମାନଙ୍କୁ ସ୍ଥାନୀୟ ନିଯୁକ୍ତି ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା। ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବାକୁ ଦାଦନ ଖଟି ଯାଇଥାନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ ନିଜ ଘରକୁ ଫେରି ଆସିଥିଲେ। ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଫେରିବା ପାଇଁ ବଲାଙ୍ଗିର ଜିଲ୍ଲାରୁ ଦେଢ଼ ଲକ୍ଷରୁ ଅଧିକ ଲୋକ ପୋର୍‌ଟାଲ୍‌ରେ ରେଜିଷ୍ଟ୍ରେସନ କରିଥିଲେ। ତେବେ ଟ୍ରେନ, ବସ ଯୋଗେ ହଜାର ହଜାର ସଂଖ୍ୟାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗ୍ରାମର ଲୋକମାନେ ନିଜ ନିଜ ଘରକୁ ଫେରି ଆସିଥିଲେ। ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସଙ୍ଗରୋଧ କେନ୍ଦ୍ରରେ ରହିଲା ପରେ ଶ୍ରମିକ ମାନଙ୍କୁ ଟଙ୍କା ମିଳିବ, ଗାଁ ଦାଣ୍ଡରେ କାମ ପାଇବେ। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ହେଲେ ମିଳୁନାହିଁ ଶ୍ରମିକମାନଙ୍କୁ କାମ। ତେବେ ଏହାର ପ୍ରତିବାଦରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ୟ୍ୟଳୟ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏବିଡ଼ିଓ ପ୍ରଦୀପ ପଟ୍ଟନାୟକଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ ଓ ଦିନ ମଜୁରିଆ, ଖଟିଖିଆମାନଙ୍କ ଭଳି ଅନେକ ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ ସ୍ଥାନୀୟ ନିଯୁକ୍ତି ଯୋଗେଇ ଦେବା ପାଇଁ ଦାବୀ କରିଛନ୍ତି। ଏଥିରେ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ଗୁଣ ସାଗର ମାଝୀ, ଚକା ଚରଣ ମାଝୀ, ସୁବ୍ରତ ବେହେରା, ରଜତ ପଟନାୟକ, ସଞ୍ଜିତ ସିଂ, ଭୀମ ଭୋଇ, ଅନିରୁଦ୍ଧ ସେଠ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଯଦି ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ଶ୍ରମିକ ଓ ନିରୀହ ଲୋକଙ୍କ ପାଇଁ ନିଯୁକ୍ତି ପ୍ରଦାନ ନ କରନ୍ତି, ରାଜ ରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.