jsm

ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୪୨ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୫

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୫ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୩, ତୁଲସୀନଗରରୁ ୨, ରିଜର୍ଭ ପୋଲିସ କଲୋନୀରୁ ୧, ସାହାରାପଡ଼ାରୁ ୧, ଇନ୍ଦିରାନଗରରୁ ୧, ପେଲେସ୍‌ ଲାଇନ୍‌ରୁ ୧, ତାଲପାଲିପଡ଼ାରୁ ୨, ଆଦର୍ଶପଡ଼ାରୁ ୨, ବରପାଲିପଡ଼ାରୁ ୩, ରାଧାରାଣୀପଡ଼ାରୁ ୨, ଖଲିଆପାଲିରୁ ୨, ସୁଦପଡ଼ାରୁ ୬, ଇଚ୍ଛାପଡ଼ାରୁ ୧, ମ୍ୟୁନିସିପାଲିଟି କଲୋନୀରୁ ୨, ରାଜେନ୍ଦ୍ର କଲେଜରୁ ୧, ଆନନ୍ଦନଗରରୁ ୩ ଓ ଟିକ୍ରାପଡ଼ାରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଗ୍ରାମାଂଚଳରୁ ପୁଇଁନ୍ତଲା ବ୍ଲକ୍‌ ଅଏଁଲାସାରିରୁ ୧ ଓ ସାଆନ୍ତପୁରରୁ ୧, ପାଟଣାଗଡ଼ ବ୍ଲକ୍‌ ଲରମ୍ଭାରୁ ୧, ସଇଁନ୍ତଲାରୁ ୧, ଆଗଲପୁରରୁ ୧, ଖପ୍ରାଖୋଲ ବ୍ଲକ୍‌ ହିର୍‌ଲିରୁ ୧ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ସୋନପୁର ଜିଲ୍ଲାର ହର୍‌ଡେ଼ାଖୋଲର ଜଣେ ଆକ୍ରାନ୍ତ ମଧ୍ୟ ଏହି ତାଲିକାରେ ସାମିଲ୍‌ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୧୮୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨୮୦ ଜଣ ସୁସ୍ଥ ହୋଇଥିବା କୁହାଯାଇଛି ।

yuvodaya
Leave A Reply

Your email address will not be published.