ଲାଠୋର ହାଟପଦାପଡା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ହାଟପଦାପଡା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପକ୍ଷରୁ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଲାଠୋର ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଶବରଙ୍କ ଅଧ୍ୟକ୍ଷତାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ମୟୁରଧ୍ଵଜ ବାଗ୍, ଶିକ୍ଷୟିତ୍ରୀ ତପସ୍ଵିନୀ ମହାକୁଡ଼, ସିଆରସିସି କୁଞ୍ଜବିହାରୀ ସରାଫ୍, ଆଶାକର୍ମୀ ଚମ୍ପାବତୀ ତାଣ୍ଡି, ସାମ୍ବାଦିକ କ୍ରିଷ୍ଣା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏତେ ଦିନ ପରେ ଛାତ୍ରଛାତ୍ରୀ ସ୍କୁଲକୁ ଯାଉଥିବାରୁ ବହୁତ ଖୁସି ଜଣା ପଡୁଥିଲେ । ସିଆରସିସି କୁଞ୍ଜବିହାରୀ ସରାଫ୍ ଛାତ୍ରଛାତ୍ରୀଙ୍କୁ କିପରି କୋରୋନାରୁ ରକ୍ଷା ମିଳିପାରିବ ତଥା ଘରେ ରହି କିପରି ପାଠ ପଢି ପାରିବେ ଏସବୁ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.