ଏନ୍ଏସି ସାଇଡ ଇଫେକ୍ଟ : ମୁଖ୍ୟମନ୍ତ୍ରୀଙ୍କ ଫଟୋଦାହ କଲା କଂଗ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଲୋଇସିଂହା ବାଦ୍ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ତୀବ୍ରତର ହେବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଷ୍ଟାଡିୟମ୍ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଅଗ୍ନି ସଂଯୋଗ କରାଯାଇ ଦୃଢ଼ ପ୍ରତିବାଦ କରାଯାଇଥିଲା । ଲୋଇସିଂହା ପ୍ରତି ରାଜ୍ୟ ସରକାରଙ୍କ ଏତାଦୃଶ ବୈମାତୃକ ମନୋଭାବକୁ ଦୃଢ଼ ନିନ୍ଦା କରାଯାଇ ବିଜେଡି ସରକାର ତଥା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଲୋଗାନ ଓ ନାରାବାଜି ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବେହେରା, ଆଗଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନମୋହନ ପଟେଲ, ଯୁବ କଂଗ୍ରେସ ସଭାପତି ଗଣେଶ ସାହୁ, ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସର୍ବଦଳୀୟ ବୈଠକ ଡକାଯାଇ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

eleven − ten =