ଖପ୍ରାଖୋଲ ବ୍ଲକ ବିଡ଼ିଓଙ୍କ ଅଞ୍ଚଳର ସ୍କୁଲ ପରିଦର୍ଶନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଡ଼ିଓ ତରଣୀ ସୁନା ଘୁନସର ପ୍ରଗତି ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି କୋଭିଡ଼-୧୯ ନିୟମକୁ ଆଖି ଆଗରେ ରଖି କିଭଳି ପିଲାମାନଙ୍କ ଦାୟିତ୍ଵ ନେଇ ପାଠ ପଢା ହୋଇ ପାରିବ, ସେନେଇ ଏକ ଗାଇଡ ଲାଇନ ଜାରି କରିଛନ୍ତି ।
ମୁହଁରେ ମାସ୍କ ବାନ୍ଧିବା ସହ ପରସ୍ପର ୬ ଫୁଟ ବ୍ୟବଧାନରେ ରହି ବିଦ୍ୟାଳୟକୁ ଆସିବା, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିର୍ଦେଶ ଅନୁଯାଇ କାର୍ୟ୍ୟ କରିବାକୁ ଜଣାଇଦିଆଯାଇଛି । ବିଦ୍ୟାଳୟରେ ନିର୍ଦ୍ଧିଷ୍ଟ ସ୍ଥାନରେ ହାତ ଧୋଇ ସାନିଟାଇଜ୍‌ର ହାତରେ ଦେଇ ଶ୍ରେଣୀ କୋଠରୀକୁ ପ୍ରବେଶ କରିବାକୁ ଜଣେଇ ଦିଆଯାଇଛି । କୌଣସି କାରଣରୁ ଶ୍ରେଣୀ କୋଠରୀରୁ ବାହାରକୁ ଆସିବାକୁ ହେଲେ କେବଳ ଜଣେ ହିଁ ବାହାରକୁ ଆସିପାରିବେ । ବିଦ୍ୟାଳୟରେ କେହି କାହାର କୌଣସି ଜିନିଷ ରେ ହାତ ଦେଇ ପାରିବେ ନାହିଁ/ ଛୁଇଁ ପାରିବେ ନାହିଁ । କେହି କାହାକୁ ଛୁଇଁ ପାରିବେ ନାହିଁ । ଏକତ୍ର କୌଣସି ଜାଗାରେ କେହି ରହିପାରିବେ ନାହିଁ । ଶ୍ରେଣୀ କୋଠରୀରେ ନିଜ ଜାଗାରେ ନିଜେ ସବୁ ଦିନ ବସିବେ । ବିଦ୍ୟାଳରେ ସବୁସମୟରେ ମୁହଁରେ ମାସ୍କ ବାନ୍ଧିଥିବେ । କୌଣସି ପରିସ୍ଥିତିରେ ମୁହଁର ମାସ୍କ ଖୋଲିବେ ନାହିଁ । ପରସ୍ପର ଠାରୁ ସବୁବେଳେ ୬ ଫୁଟ ବ୍ୟବଧାନ ରହିବ । ଏହି ସମସ୍ତ ନିୟମକୁ ବିଦ୍ୟାଳୟରେ କଡାକଡି ଭାବେ ପାଳନ କରାଯିବାକୁ ବିଡ଼ିଓ ତରଣୀ ସୁନା କହିଥିଲେ । ଏହି କାର୍ୟ୍ୟକ୍ରମରେ ହାଇସ୍କୁଲ ସଭାପତି ବିକାଶ ଦାସ, ସ୍କୁଲ ସଭ୍ୟ, ମେମ୍ବର ଏବଂ ସ୍କୁଲର ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.