ମୃତ୍ୟୁ ଉପରାନ୍ତେ ଚକ୍ଷୁଦାନ କଲେ ମୃତକଙ୍କ ପରିବାରବର୍ଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମର ହିମାଂଶୁ ଧରୁଆଙ୍କ ପୁଅ ନାରାୟଣ (୨୮) । ଆଜି ସକାଳେ ସ୍ଥାନୀୟ କୁଶଙ୍ଗ ସ୍ଥିତ ସାପ୍ତାହିକ ବଜାରକୁ ସଉଦା ପାଇଁ ଆସିଥିଲେ ନାରାୟଣ । ତେବେ ସେଠାରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ କୁଶଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାରାୟଣଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୃତକଙ୍କ ବାପା ହିମାଂଶୁ ପୂର୍ବତନ ସରପଞ୍ଚ ସୁନିଲ ଅଗ୍ରୱାଲଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ । ମୃତକଙ୍କ ଚକ୍ଷୁଦାନ କରିବା ପାଇଁ ପରିବାରବର୍ଗ ସହମତି ପ୍ରକାଶ କରିବା ପରେ ଡାକ୍ତରଖାନା କର୍ମଚାରୀଙ୍କ ସହାୟତାରେ ଚକ୍ଷୁଦାନ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.